ଏଫସିଆଇ ର ନିମ୍ନ ମାନର ଚାଉଳ ରପ୍ତାନୀ, ଆପ ର ଅଭିଯୋଗ ଦାଖଲ

କୋଭିଡ ସଂକ୍ରମଣ ଓ ଲକ ଡାଉନ ସମୟରେ ବରଗଡ଼ ଜିଲ୍ଲାରୁ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନକୁ ଭାରତୀୟ ଖାଦ୍ୟ ନିଗମ, ରେଳ ମାଧ୍ୟମରେ ରେକ ଯୋଗେ ଏହି ଜିଲ୍ଲା ରୁ ସଂଗ୍ରହ ହୋଇଥିବା ଚାଉଳ, ଅନ୍ୟ ଲୋକଙ୍କ ଖାଇବା ପାଇଁ ରପ୍ତାନୀ କରିଥାଏ।

ତେବେ ଇତି ମଧ୍ୟରେ ସ୍ଥାନୀୟ ଏକ ଗୋଦାମ ରୁ ବରଗଡ଼ ରୋଡ ରେଳ ଷ୍ଟେସନ କୁ ଆସୁଥିବା ଚାଉଳ ଟ୍ରକ ବାଟରେ ଅନ୍ୟତ୍ର ଭଲ ଚାଉଳ ସବୁ ଖୁଦ, ଓ କଣିକା ଇତ୍ୟାଦି ରେ ଭର୍ତ୍ତି ହୋଇଥିବା ବସ୍ତା ସହ ବଦଳ କରା ଯାଇଥିବାର ଖବର ମିଳିଥିଲା । 

 

ଦୈନିକ ଲକ୍ଷ ଲକ୍ଷ ବସ୍ତା ଚାଉଳ, ବରଗଡ ଜିଲ୍ଲାରୁ ଯାଉଥିବାବେଳେ କେତେ ଯେ ଏଭଳି ନିମ୍ନ ମାନର ଚଷୁ କୁଣ୍ଡା ଖୁଦ କୁ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଚାଉଳ ଆତ୍ମସାତ କରିଛନ୍ତି ତାହା ଅନୁମାନ କରିବା କଠିନ । 

ଏଥିରେ ଏଫସିଆଇ ର କର୍ମଚାରୀଙ୍କ ସହ, ସ୍ଥାନୀୟ ସମ୍ପର୍କିତ ଠିକାଦାର, କିଛି ମିଲ ମାଲିକ, ରାଜନୈତିକ ଛତ୍ରଛାୟାରେ ଏଭଳି ଦୁର୍ନୀତି କରିଥିବା ଜଣା ପଡିଛି । 

 

Login Form