ଆସ ହିନ୍ଦୁ ଖୋଜିବା - ୧

ମୋଦିଜୀ ସେ ଦିନ କହିଲେ ଯେ ୫୦୦୦ ବର୍ଷର ହିନ୍ଦୁ ଇତିହାସରେ ହିଂସା କେବେ ହୋଇନାହିଁ । ପ୍ରକୄତରେ ହିଂସା କେବେ ହୋଇଛି କି ନାହିଁ ସେଇଟା ଅଲଗା କଥା । ମୋଦିଜୀ ହିନ୍ଦୁ ଧର୍ମର ଇତିହାସ କଥା କହୁଛନ୍ତି ସେଇଟା ମୋ ଦୄଷ୍ଟି ଆକର୍ଷଣ କଲା । ସତରେ କ'ଣ ହିନ୍ଦୁ ଧର୍ମର ବୟସ ୫୦୦୦ ବର୍ଷ ? ଆଜି ତ ଜଣେ ଭକ୍ତ ଲେଖିଛନ୍ତି ଯେ ହିନ୍ଦୁ ଧର୍ମର ବୟସ ୧୦ ହଜାର ବର୍ଷ ।

ମୋ ବିଚାରରେ ଓ ପଢିବାରେ ମୁଁ ଭାରତରେ ବିଭିନ୍ନ ଧର୍ମ/ସଂସ୍କୁତି/ଚାଲିଚଳଣର (ସୁପ୍ରୀମକୋର୍ଟଙ୍କ କହିବା ମୁତାବକ Hinduism is a way of life ବା ଚାଲିଚଳଣ) ଭାରତରେ ଆବିର୍ଭାବକୁ ନିମ୍ନ ପ୍ରକାରେ ଶ୍ରେଣୀବିଭାଗ କରୁଛି ।

(୧) ପ୍ରଥମେ ହେଲା ପ୍ରସ୍ତର ଯୁଗ । ଏହା ସିନ୍ଧୁ ସଭ୍ୟତା ଠାରୁ ବହୁ ପୁରାତନ ।

(୨) କୌଣସି ନା କୌଣସି ସମୟରେ ଭାରତରେ ଆଦିବାସୀ ସଂସ୍କୁତିର ଆବିର୍ଭାବ ହୋଇଥିଲା । ଏହି ସମୟକୁ କାଳାନୁକ୍ରମ ଓ ପ୍ରତ୍ନତତ୍ତ୍ବ ମଧ୍ୟରେ କେଉଁଠି ରଖାଯିବ ତାହା କହିବା ବର୍ତମାନ ପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ । ତେବେ ଆଦିବାସୀମାନେ ହିଁ ଭାରତର ମୁଳ ବାସିନ୍ଦା । ସେମାନେ ବିଭିନ୍ନ ପ୍ରକାର ଭାଷା କହୁଥିଲେ ଓ ହିନ୍ଦୁଧର୍ମର ବିଭିନ୍ନ ବିବିଧତାରେ ଆଦିବାସୀମାନଙ୍କର ମଧ୍ୟ ଭାଷା ଓ ରିତିନୀତିର ଯୋଗଦାନ ରହିଛି । ଅନେକ ଆଦିବାସୀ, ସେମାନଙ୍କ ଧର୍ମଭାବନା ଓ ସଂସ୍କୁତି ଆଜି ପର୍ଯ୍ୟନ୍ତ ବି ନିଜକୁ ପ୍ରଚଳିତ ହିନ୍ଦୁଧର୍ମ ମଧ୍ୟରେ ଲୀନ କରି ନାହାନ୍ତି । ଏମାନେ ସିନ୍ଧୁ ସଭ୍ୟତା ପୁର୍ବରୁ, ସହିତ ଓ ପରେ ମଧ୍ୟ ରହିଛନ୍ତି ।

(୩) ସିନ୍ଧୁ ସଭ୍ୟତା । ଖ୍ରୀଷ୍ଟପୁର୍ବ ୨୫୦୦ରୁ ୧୫୦୦ ମଧ୍ୟରେ ଏହି ସଂସ୍କୁତି ପଞ୍ଜାବର ପଶ୍ଚିମରେ ବା ଆଜିକାର ପାକିସ୍ଥାନରେ ଦେଖା ଦେଇଥିଲା ।

(୪) ବିବିଧ ଗ୍ରାମ୍ୟ ବା ଅଣବେଦ ବା ଅଣସଂସ୍କୁତ ସଂସ୍କୁତି ବା ଜୀବନଯାପନ ପରମ୍ପରା ସିନ୍ଧୁସଭ୍ୟତା ପୁର୍ବରୁ, ସହିତ ଓ ପରେ ବି ରହି ଆସିଛି ।

(୫) ଖ୍ରୀଷ୍ଟପୁର୍ବ ୧୭୦୦ରୁ ୧୫୦୦ ମଧ୍ୟରେ ପଞ୍ଜାବ ଅଞ୍ଚଳରେ ଭାରତ ବାହାରୁ ଆସି ବସତି ସ୍ଥାପନ କରିଥିବା ବୈଦିକ ଯୁଗର ଲୋକମାନେ ୠଗ୍ ବେଦ ରଚନା କରିଥିଲେ । ଖ୍ରୀଷ୍ଟପୁର୍ବ ୧୨୦୦ରୁ ୯୦୦ ମଧ୍ୟରେ ଯଦୁର୍ବେଦ, ସାମ ବେଦ ଓ ଅଥର୍ବ ବେଦ ରଚନା ହେଲା । ବିଷ୍ଣୁ ଓ ଶିବଙ୍କ ଭଳି ବର୍ତମାନର ଲୋକପ୍ରୀୟ ହିନ୍ଦୁ ଦେବତାଙ୍କ ବିଷୟରେ ବେଦରେ ଖୁବ୍ କମ୍ ଉଲ୍ଲେଖ ଅଛି । ଶ୍ରୀକୄଷ୍ଣ ଓ ରାମଙ୍କର ହିନ୍ଦୁଧର୍ମରେ ବହୁତ ପରେ ଆବିର୍ଭାବ ହେଲା । ବେଦରେ ପ୍ରମୂଖ ଭାବରେ ସ୍ଥାନ ପାଇଥିବା ଦେବତାମାନେ ହେଲେ ଅଗ୍ନି, ସୋମ, ଇନ୍ଦ୍ର ଓ ବରୁଣ, ଯେଉଁମାନଙ୍କ ଯଗ୍ୟଁ ସହିତ ବିଶେଷ ସମ୍ବନ୍ଧ ଥିଲା । ପରବର୍ତ୍ତୀ କାଳର ହିନ୍ଦୁ ଧର୍ମରେ ସେମାନଙ୍କୁ ପ୍ରାକୄତିକ ଶକ୍ତି ସହିତ ଯୋଡି ଦିଆଗଲା । ୠଗବେଦ ଏକ ପୁରୁଣା ଢଙ୍ଗର ସଂସ୍କୁତ ଭାଷାରେ ରଚନା ହୋଇଛି ।

(୫) ଏହି ସମୟରେ ତାମିଲ୍ ଓ ଅନ୍ୟ ଦ୍ରାବିଡ ଭାଷା ସମୁହରେ କଥାବାର୍ତ୍ତା କରୁଥିବା ଲୋକ ବି ଭାରତରେ ଥିଲେ । ହଜାର ହଜାର ବର୍ଷ ଧରି, ବିଶେଷ କରି ବିନ୍ଧ୍ୟ ପର୍ବତ ଅତିକ୍ରମ କରି ଗମନାଗମନ ସୁବିଧାଜନକ ହେବା ପରେ ଦକ୍ଷିଣ ଭାରତର ଭାଷା ଓ ଉତ୍ତର ଭାରତର ସଂସ୍କୁତ ଭାଷା (ଅନ୍ୟାନ୍ୟ ଭାଷା ମଧ୍ୟ) ପରସ୍ପରକୁ ପ୍ରଭାବିତ କଲେ ।

ମୋଦିଜୀଙ୍କର ନୋଟବନ୍ଦୀ ଭଳି ହିନ୍ଦୁ ଧର୍ମର ଗୋଟିଏ କାଳ କିମ୍ବା ପ୍ରକାର ହଠାତ୍ ଶେଷ ହୋଇ ଆଉ ଗୋଟିଏ କାଳ କିମ୍ବା ପ୍ରକାରର ଆରମ୍ଭ କରି ନାହିଁ । ଏକ ବିଶାଳ ଭାରତ ଭୁଖଣ୍ଡରେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଧର୍ମ ଭାବନା ଓ ସାଂସ୍କୁତିକ ପରମ୍ପରା ସୄଷ୍ଠି ହୋଇଛି ଏବଂ ପ୍ରତ୍ୟେକଟି ଭାବନା ଅନ୍ୟଟି ଉପରେ ଗଭୀର ପ୍ରଭାବ ପକାଇଛି ଏବଂ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ବି ହୋଇଛି ।

ଗୋଟିଏ ସମୟରେ ବୌଦ୍ଧଧର୍ମ ଦ୍ବାରା ଆକୄଷ୍ଠ ହୋଇ ଅନେକ ଲୋକ ବୈରାଗ୍ୟତ୍ବ ଆପଣାଇବାକୁ ପସନ୍ଦ କଲେ ଓ ସଂସାର କରିବାକୁ ମନ ବଳାଇଲେ ନାହିଁ । ଏହି ଭାବନାର ଲୋକପ୍ରୀୟତା ହିନ୍ଦୁ ଧର୍ମରେ ନୁଆ ସଂସ୍କାର ଆଣିବାକୁ ବାଧ୍ୟ କଲା । ଫଳରେ ହିନ୍ଦୁ ଧର୍ମରେ ୪ଟି ଆଶ୍ରମ ବା ଜୀବନାବସ୍ଥା ପ୍ରଣୟନ ହେଲା - ବ୍ରହ୍ମଚର୍ଯ୍ୟ, ଗ୍ରାହତ୍ସ୍ୟ, ବାନପ୍ରସ୍ଥ ଓ ସନ୍ୟାସ । ଅର୍ଥାତ୍ ସଂସାର ଛାଡ, କିନ୍ତୁ ସବୁକିଛି ସାରିବା ପରେ ।